ସମୟାନୁସାରେ ବୟସ ବଢିବା ସହିତ ଚର୍ମ ର ଇଲାସ୍ଟିସିଟି ମଧ୍ୟ ହ୍ରାସ ପାଇଥାଏ|
ଯାହା ଦ୍ୱାରା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ମୁହଁରେ ଦେଖାଯିବା ଆରମ୍ଭ କରେ |
ଏହି ସମୟରେ କୋଲାଜେନ୍ ସ୍ତର ବଢାଇବା ଏବଂ ଚର୍ମକୁ ସତେଜ ରଖିବା ପାଇଁ ଆପଣ କିଛି ପ୍ରତିକାର କରିପାରିବେ | ସେଗୁଡିକ ହେଲା : -
1.
ହେଲଦି ଏବଂ ଯୁବା ଚର୍ମ ପାଇଁ ଉତ୍ତମ ନିଦ୍ରା ଅତ୍ୟାବଶ୍ୟକ।
ପ୍ରତ୍ୟେକ ଦିନ ୭-୮ ଘଣ୍ଟା ପର୍ଯ୍ୟନ୍ତ ଶୁଅନ୍ତୁ
ଶୋଇବା ଦ୍ୱାରା ଶରୀରର କୋଲାଜେନ୍ ସ୍ତରରେ ବୃଦ୍ଧି ଘଟିଥାଏ
2.
ପର୍ଯ୍ୟାପ୍ତ ମାତ୍ରାରେ ଜଳ ପାନ କଲେ ଚର୍ମରେ ଜଳର ମାତ୍ରା ଠିକ ରୁହେ ଏବଂ କୋଲାଜେନ ବୃଦ୍ଧି ହେବାରେ ସାହାଯ୍ୟ ମିଳେ
ଏଣୁ ଉତ୍ତମ ଚର୍ମ ପାଇଁ ଭରପୁର ମାତ୍ରା ରେ ଜଳ ପାନ କରନ୍ତୁ
ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଙ୍କୁ ଦିନକୁ ଅତି କମ୍ ରେ ୩-୪ ଲିଟର ଜଳ ପାନ କରିବା ଉଚିତ
3.
ଖରାକୁ ଯିବା ଦ୍ୱାରା ଚର୍ମ ର କୋଲାଜେନ ନଷ୍ଟ ହୋଇଥାଏ ଫଳରେ ଚର୍ମ କଳା ପଡି଼ବା ସହିତ ଚର୍ମରେ କୁଞ୍ଚନ ସୃଷ୍ଟି ହୁଏ
ସେଥି ପାଇଁ ଖରା କୁ ଯିବା ପୂର୍ବରୁ ଚର୍ମ କୁ ଘୋଡାଇବା ଆବଶ୍ୟକ ଏବଂ
ସନ ସ୍କ୍ରିନ ବ୍ୟବହାର କରିବା ଆବଶ୍ୟକ
4.
ଚର୍ମରେ କୋଲାଜେନ ମାତ୍ରା ବୃଦ୍ଧି କରିବା ପାଇଁ ଅଧିକ ମାତ୍ରାରେ ଭିଟାମିନ ସି ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ
ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଦ୍ୱାରା ଚର୍ମରେ ଚମକ ବଢିଥାଏ
5.
ଚର୍ମର ଉପଚାର ପାଇଁ ଟମାଟୋ, କାକୁଡି, ଆଲୋଏଭେରା ଭଳି ପ୍ରାକୃତିକ ଉତ୍ପାଦ ଗୁଡିକୁ ବ୍ୟବହାର କରନ୍ତୁ
ଏହା ଦ୍ୱାରା କୋଲାଜେନ ସ୍ତର ବୃଦ୍ଧି ପାଏ ଏବଂ ଚରମ ରେ ଚମକ ବଜାୟ ରହେ
6.
ଅଧିକାଂଶ ଲୋକେ କାର୍ଯ ବ୍ୟସ୍ତତା ଯୋଗୁଁ ଚାପରେ (stressed) ରହିଥାନ୍ତି
ଯଦ୍ୱାରା ଚର୍ମର କ୍ଷତି ଘଟି ଥାଏ | ଚର୍ମ ରେ ବାର୍ଦ୍ଧକ୍ୟ ର ଲକ୍ଷଣ ଦେଖା ଯାଏ
ଏଣୁ ଚାପ କମ କରିବା ପାଇଁ ନିୟମିତ ମେଡ଼ିଟେସନ ବା ଧ୍ୟାନ କରନ୍ତୁ
7.
ଚର୍ମ ରେ କୋଲାଜେନ ମାତ୍ରା ବୃଦ୍ଧି କରିବା ପାଇଁ ଆମିନୋ ଏସିଡ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ
ଏହା ଛଡା ଚିନି ର ମାତ୍ରା ଖାଦ୍ୟ ରେ କମ କରନ୍ତୁ